शनिवार, 4 अप्रैल 2020

ହନୁ ଓ ବୁଢ଼ୀ

ଵୟସ ବଢ଼ିଵା ସହିତ ଆଖିକୁ କମ୍ ଦେଖାଯିଵା ଆରମ୍ଭ ହୁଏ, ଵୟସ ଵୃଦ୍ଧି ସହ ସବୁକିଛି ଅସ୍ପଷ୍ଟ ଦେଖାଯାଇଥାଏ ।

ଏ ଵିଷୟରେ ଆମ ଗାଁରେ ଗୋଟାଏ ମଜାଳିଆ କଥା ଘଟିଥିଲା । ଘଟଣାଟି ଏଇଭଳି...

ଗାଁର ଵିଶ୍ଵାଳ ପରିଵାରର ଜଣେ ବୃଦ୍ଧ ମହିଳା ପାରୁ ବୁଢ଼ୀ ହୋଇଯାଇଥିଲେ । ସେତେବେଳେ ଆଜି ଭଳି ସମସ୍ତଙ୍କ ଘର ବାଡ଼ିରେ ଏତେ ପାଇଖାନା ନଥିଲା । ସେ ଵୃଦ୍ଧାଜଣକ ପ୍ରତ୍ୟେକ ସନ୍ଧ୍ୟାରେ କଟାଆଡେ଼ ପୋଖରୀପାଣି କରିଯାଆନ୍ତି ।

ଥରେ ସେ ମହିୟସୀ ମହିଳା କଟାଆଡୁ଼ ଶୌଚସ୍ନାନାଦି
ସାରିବା ପରେ ଘରକୁ ଲେଉଟୁଥାଆନ୍ତି |

ସେତେଵେଳକୁ ଟିକିଏ ଅନ୍ଧାରିଆ ହୋଇଯାଇଥିଲା |

ତାଙ୍କ ବାଡି଼ମୁଣ୍ଡରେ ଗୋଟାଏ ହନୁମାଙ୍କଡ଼ ବସିଥିଲା ​​।

ସେହି ବୁଢୀ ଲୋକଜଣକ ତାକୁ ଦେଖି ଭାଵିଲେ ସତେ ଯେପରି ଜଣେ କେହି ସେଠି ବସି ମଳତ୍ୟାଗ କରୁଛନ୍ତି ଏଵଂ ସମ୍ମୁଖରେ ମହିଳାଙ୍କୁ ଦେଖିଵା ପରେ ମଧ୍ୟ ସେ ଲୋକ ଅଲଜ୍ଯା ଭଳି ବସିରହିଛି,ଉଠି ଠିଆ ହେଉ ନାହିଁ ।

ବୁଢୀ଼ଜଣକ ହନୁମାଙ୍କଡ଼ଟାକୁ ମଣିଷ ଭାବି
ତାକୁ ବହେ ଗାଳୀ ମନ୍ଦ କରିଵାକୁ ଲାଗିଲେ ।
କିନ୍ତୁ ହନୁଟା ଵା କଣ୍ ବୁଝିଵ ସେ ସେଇମିତି ବସି ରହିଥାଏ,ଟିକିଏ ବି ଘୁଞ୍ଚୁନଥାଏ ।

ଵୃଦ୍ଧାଜଣକ ଆହୁରି ରାଗିଯାଇ ତା ପାଖକୁ ଚାଲିଗଲେ
ଆଉ ବଡ଼ପାଟିକରି କହିଲେ
“କିଏ ରେ ତୁ ବାଡି଼ପଡା଼,ସଵାଖିଆ ? ଟିକିଏ ବି ଲାଜ ସରମ ନାହିଁ , ସ୍ତ୍ରୀ ଲୋକଙ୍କ ଆଗରେ ଅଲଜ୍ଯାଙ୍କ ପରି
ବସି ଶଉଚ କରୁଚୁ”

ଏତିକି କହି ସେ ଵୃଦ୍ଧାଜଣକ ହନୁ ଦେହରେ ହାତ ପକେଇ ଦେଲେ ।

ହନୁମାଙ୍କଡ଼ ଏତେ ସମୟ ଧରି ତା’ କଥା ଶୁଣୁଥିଲା କିନ୍ତୁ ସେ ଆଉ ସହି ପାରିଲା ନାହିଁ, ଵୃଦ୍ଧାଙ୍କ ଗାଲରେ କର୍ଣ୍ଣମୂଳିଆ ଚାପୁଡ଼ା ବସେଇ ଦେଲା
🙄😂🤣

ବୃଦ୍ଧା ଜଣକ ଚାପୁଡ଼ା ଖାଇ କାନ୍ଦି କାନ୍ଦି ଘରକୁ ଫେରିଲେ । ତାଙ୍କ ପୁଅ ନାତୀଙ୍କୁ କାନ୍ଦୁଣୁ ମାନ୍ଦୁଣୁ ହୋଇ ସବୁ କଥା କହିଲେ । ସବୁ ଶୁଣି ଵୃଦ୍ଧାଙ୍କ ପରିଵାରର ଲୋକେ ଠେଙ୍ଗାବାଡି଼ ଧରି ବାଡି଼ମୁଣ୍ଡକୁ ଦୌଡି଼ଗଲେ ।

ଲୋକେ ବାଡି଼ପଟକୁ ପାଟିକରି ଆସୁଥିଵା ଜାଣିପାରି ହନୁମାଙ୍କଡ଼ଟା ପାଖ ଗଛ ଉପରକୁ ଚଢି଼ଗଲା । ଵୃଦ୍ଧାଙ୍କର ଜଣେ ପୁଅ ଚାରିଆଡ଼େ ଟର୍ଚ୍ଚ ମାରି ଦେଖିଲାବେଳେ ବାଡି଼ମୁଣ୍ଡର ଏକ ଗଛ ଉପରେ ଗୋଟାଏ ଖଣ୍ଡିଆ ଦଣ୍ଡିଆ ହନୁ ବସିଥିଵାର ଦେଖି ତାକୁ ରାଗରେ ଗୁଡା଼ଏ ସୋଦିଲେ ବହେ ଟେକା ପଥର ଖାବୁଡ଼ ମାରି ଘରକୁ ବାହୁଡି଼ଲେ
😂😂😂

कोई टिप्पणी नहीं:

एक टिप्पणी भेजें