शनिवार, 4 अप्रैल 2020

ଆହୁରି ବଡ଼

ସତ୍ୟ ଆପଣା ମାଆ ନୀତି ପାଖକୁ ଯାଇ କହିଲା,
ବୋଉ ଲୋ ଜାଣିଛୁ
ଆଜି ନା ମୁଁ ଗୋଟାଏ ବହୁତ ବଡ଼ ଯନ୍ତୁ ଟେ ଦେଖିଲି ।
ଏତେ ବଡ଼.....?
ନୀତି ତା ଛୁଆକୁ ପେଟ ଫୁଲେଇ କି କହିଲା....!
ଛୁଆ କହିଲା......ନା ନା.....
ଆଉରି ବଡ଼.......!
ନୀତି ଆହୁରି ପେଟ ଫୁଲେଇଲା  ....

ନା...ମ ....ଆ ଠୁ ବଡ଼.....
ସତ୍ୟ କହିଲା......
ନୀତି ପେଟ ଫୁଲେଇବାକୁ ଲାଗିଲା ଆଉ
ସତ୍ୟ ବାରମ୍ବାର ସେହି ଏକାକଥା କହୁଥାଏ
ନା ୟା ଠୁ ବଡ଼, ଆହିଁରୁ ବଡ଼ ଇତ୍ୟାଦି ଇତ୍ୟାଦି....
ସତ୍ୟ ଯେଉଁ ଜୀବଟାକୁ ଦେଖିଥିଲା
ସେଇଟା ଆଉ କେହି ନୁହେଁ
ଅମଲାତନ୍ତ୍ର ରୂପକ ବଗିଚାରେ ଘାସ ଖାଇ ଆନନ୍ଦରେ ବୁଲୁଥିବା ଭ୍ରଷ୍ଟାଚାର ଥିଲା । ନୀତି ତା’ର ଦଶମ ଭାଗ ଯେତିକି ପେଟ ଫୁଲେଇ ନପାରି ଫାଟିଗଲା । ନୀତି ବିଚାରୀ ଟି ସେଇଠି ମରିଗଲା ।

कोई टिप्पणी नहीं:

एक टिप्पणी भेजें