ମୋଗଲକାଳର କଥା । ପୁରୀର ଏକ ଅଖ୍ଯାତ ପଲ୍ଲୀରେ ଜଣେ ନିରୀହ, ନିଷ୍ପାପ ହୃଦୟ ପଣ୍ଡିତ ମହାତ୍ମା ରହୁଥିଲେ ।
ଅଳ୍ପରେ କହିଲେ ପଣ୍ଡିତେ ବଡ଼ ଦରିଦ୍ର ଥିଲେ । ଦିନେ ପଣ୍ଡିତଙ୍କ ଗାମୁଛା ନଦୀରେ ଗାଧୋଇଵା ସମୟରେ ଦୂରକୁ ଭାସି ଗଲା । କୌଣସି ଜିନିଷ ହଜିଗଲେ ସାଧାରଣତଃ ଆମେ ମଣିଷମାନେ ଦୁଃଖୀ ହୋଇଯାଅନ୍ତି ।
ପଣ୍ଡିତେ ମନେ ମନେ ସାମାନ୍ୟ ଦୁଃଖୀ ହେଲେ । ସୁମାରୀ କରି ଦେଖିଲେ କେତେ ଟଙ୍କା ଆଗପଛ କରି ଖରଚ କଲେ ନୁଆ ଗାମୁଛା ଟାଏ କିଣିହେବ ।
ତାଙ୍କ ମୁଣ୍ଡକୁ ଏକ ଉପାୟ ଜୁଟିଲା
ପଣ୍ଡିତେ ଠିକ୍ କଲେ ସେ ସେତେ ଦିନ ଯାଏଁ ଦାଢୀ କାଟିବେ ନାହିଁ ଯେତେଦିନ ଯାଏଁ ଗାମୁଛା ମୂଲ୍ଯର ଟଙ୍କା ସଞ୍ଚୟ ନହୋଇଛି ।
କିଛି ଦିନ ଗଡି଼ଯାଆନ୍ତେ ଦିନେ ପଣ୍ଡିତେ ଗାଁରୁ କଟକ ନଗର କୌଣସି କାମରେ ଯାଇ ଥାଅନ୍ତି ।
ଦୂରରୁ ଜଣେ ମୌଲବୀ କୁ ଆସୁଥିଵର ପଣ୍ଡିତେ ଦେଖିପାରିଲେ...
ମୌଲବୀଙ୍କର ଲମ୍ବା ଦାଢୀ ଥିଲା ପଣ୍ଡିତେ ତ ଆଗରୁ କେବେ ମୁସଲମାନ ଲୋକଙ୍କୁ ଦେଖି ନଥିଲେ କି ସେ ଜାତି ଵିଷୟରେ ତାଙ୍କର ସେତିକି ଜ୍ଞାନ ନଥିଲା ।
ତହୁଁ ପଣ୍ଡିତେ ମୌଲବୀ ସାହେବଙ୍କ ନିକଟକୁ
ଯାଇ କହିଲେ
"ଏ କଥା ଜାଣି ବହୁତ ଦୁଃଖ ହେଲା ତେବେ ଆପଣଙ୍କର ଗାମୁଛା,ଚଦର ହଜିଯାଇଛି ନା କମ୍ବଳ ଭାଇ” ?
कोई टिप्पणी नहीं:
एक टिप्पणी भेजें