गुरुवार, 9 अप्रैल 2020

ଭୂମିକମ୍ପ

ଗୁଡା଼ଏ ଦିନ ପୃଥିଵୀ ଭୂକମ୍ପ ଯୋଗୁଁ ଥରହର ହେଲାରୁ ଭୟରେ ଅସ୍ଥିର ହୋଇ ଜଣେ ମୁସଲମାନ ବାଦଶାହା
ବହୁସଂଖ୍ୟକ ହିନ୍ଦୁ ପଣ୍ଡିତ ଓ ଜ୍ୟୋତିଷଙ୍କୁ ଡକାଇ
ପଚାରିଲେ

“ଭୂମିକମ୍ପର ସମୟ ସ୍ଥିର କରି ଆମ୍ଭକୁ କୁହ,ତାହା ହେଲେ ଆମ୍ଭେ ଆଗରୁ ସାଵଧାନ ହୋଇଯିବା ...!”

ବାଦଶାଙ୍କର କଥା ଶୁଣି ପଣ୍ଡିତମାନଙ୍କର ବୁଦ୍ଧିଶୁଦ୍ଧି ହଜିଗଲା .....😀😁😂

ବାଦଶା,ଉତ୍ତର ନମିଳିଲାରୁ ମହାଵିରକ୍ତ ହୋଇ
ସେ ସମସ୍ତଙ୍କୁ ବନ୍ଦୀଗୃହକୁ ପଠେଇ ଦେଵାର
ଆଦେଶ ଦେଲେ....

ପଣ୍ଡିତମାନଙ୍କୁ କୁହାଗଲା ସପ୍ତାହକ ଭିତରେ
ଯଦି ବାଦଶାହାଙ୍କୁ ତାଙ୍କ ଉତ୍ତର ନମିଳେ
ତେଵେ ସମସ୍ତ ପଣ୍ଡିତଙ୍କୁ ଶୂଳୀରେ ବସେଇଵାର ପ୍ରଶାସନିକ ଆଦେଶ ପ୍ରଣୟନ କରିଦିଆଯିବ ....!

ବାଦଶାଙ୍କର ବନ୍ଦୀଗୃହରେ ବନ୍ଦିଥିଵା
ପଣ୍ଡିତମାନଙ୍କ ମଧ୍ୟରୁ ଜଣକର ଭାଇ
ଗାଆଁରେ ରହୁଥିଲା
ସେ ଏ ଘଟଣା ଶୁଣିଲା ମାତ୍ରେ
ବାଦଶାହା ପାଖକୁ ଗଲା....

ସେ ପଣ୍ଡିତର ଭାଇ ବାଦଶାହାଙ୍କୁ ଯାଇ
କହିଲା

“ହେ ଦିଲ୍ଲୀ ଅଧିପତି,ଅକାରଣରେ ଆପଣ
ଏ ଅକିଞ୍ଚନ ବ୍ରାହ୍ମଣ ମାନଙ୍କୁ କଷ୍ଟ ଦେଉଛନ୍ତି !
ତେଵେ ସେମାନେ କେଵଳ ଆକାଶ ଓ ଅନ୍ତରୀକ୍ଷର କଥା କହିପାରିବେ; ମାଟି ଭିତରର କଥା କାହୁଁ ଜାଣିବେ.....!”

ବାଦଶା କିଞ୍ଚିତ ଵିରକ୍ତ ହୋଇ କାରଣ ଜିଜ୍ଞାସା କରନ୍ତେ ବ୍ରାହ୍ମଣ କହିଲେ,

“ଏ ସମସ୍ତ ସମାଚାର ପୂର୍ଵପୁରୁଷମାନଙ୍କଠାରୁ ଜଣାଯାଏ । ସନାତନିମାନଙ୍କର ପିତୃପୁରୁଷ
ମୃତ୍ୟୁପରେ ଅଗ୍ନିରେ ଦଗ୍ଧ ହୋଇ
ଅଗ୍ନିଶିଖା ସଙ୍ଗେ ଉର୍ଦ୍ଧ୍ଵକୁ ଉଠିଯାନ୍ତି ଓ ଅନ୍ତରୀକ୍ଷରେ
ଵିଚରଣ କରୁଥାଆନ୍ତି । ତେଣୁ ଉପରର ସବୁ ସମ୍ଵାଦ  ସେମାନଙ୍କୁ ଜଣା ଓ ଜ୍ଯୋତିଷମାନେ ତାଙ୍କଠାରୁ ଭଲଭେଲ ଜାଣି ଆମ୍ଭଙ୍କୁ ଜଣାନ୍ତି...

କିନ୍ତୁ ମୁସଲମାନ,ଇହୁଦୀ ଓ ଖ୍ରୀଷ୍ଟିଆନ ଵ୍ଯକ୍ତି ଵିଶେଷଙ୍କର ମୃତ୍ୟୁ ହେଵାରୁ ତାଙ୍କ ଶରୀର ଓ ଆତ୍ମା କବର ଭିତରକୁ ଯାଏ । ସେଠାରେ ପ୍ରଳୟର ଦିନ ଆସିଵା ଯାଏଁ ଵିଶ୍ରାମ କରେ । ମୁସଲମାନ,ଇହୁଦୀ ଓ ଖ୍ରୀଷ୍ଟିଆନମାନେ ମଲାପରେ ଭୂମି ମଧ୍ୟରେ ବିଚରଣ କରୁଥାଆନ୍ତି ତେଣୁ ଭୂମିକମ୍ପର ଭଵିଷ୍ଯତଵାଣୀ କେଵଳ ଏଇଜାତୀୟ ଲୋକଙ୍କ ପୂର୍ଵଜମାନେ ହିଁ
କହିପାରନ୍ତି ....”
😝😝😝😝😝

କଥାଟା ବାଦଶାହାଙ୍କ ମନକୁ ପାଇଲା !
ସେ ତତ୍ କ୍ଷଣାତ୍ ଉକ୍ତ ଚତୁର ବ୍ରାହ୍ମଣ ପଣ୍ଡିତଙ୍କୁ
ଯଥେଷ୍ଟ ପୁରସ୍କାର ଦେଇ ବିଦାକଲେ ଓ ବନ୍ଦୀ ପଣ୍ଡିତମାନଙ୍କୁ ମୁକ୍ତ କରିଦେଲେ...
😉😀😂😜😝

कोई टिप्पणी नहीं:

एक टिप्पणी भेजें