रविवार, 16 जुलाई 2017

••••••କିଛି ଅଣୁ କବିତା•••••••

ଲେଖୁଥିଲି ପ୍ରେମଗୀତ ତା ପ୍ରେମରେ ପଡି
ଧୋକା ଦେଲା ଯେ ବିରହରେ ଜଳିଗଲି
ପ୍ରେମ ନୁହେଁ ସେ କାମନାର ନିଆଁ ଥିଲା
ବୁଲି ବୁଲି କହୁଛି ମୁଁ ଏକଥା ଆଜିକାଲି

××××××××××××××××××××××××××××

ରାମ ରାବଣଙ୍କୁ ଏକାଠି ଦେଖିଲି
ଯେବେ ମୁଁ ନିଜ ଭିତରେ
ସବୁ ଭୂଲିଗଲି
ତାକୁ ଜାଣିଗଲି
ପୂଜିଲି ମନ ମନ୍ଦିରେ........

×××××××××××××××××××××××××××××××

ଶବ୍ଦରେ ଶବ୍ଦରେ ହେଲେ ଯୁଦ୍ଧ
ତୁମେ କିବା କରିପାରିବ
ବଦ୍ଧ
ଉଠାଅ ଖଡ୍ଗ ଚଳାଅ ଅସ୍ତ୍ର
ଶତୃ
ମାରି ମୋତେ ଜିତ ତୁମେ
ଯୁଦ୍ଧ...........

××××××××××××××××××××××××××××××

କଣ୍ଟା ଯଦି କଣ୍ଟାର ଔଷଧ
ମୋତେ ଦିଅ ନାହି ଗୋଲାପର ଫୁଲ

କରିଦିଅ ଛୁରାଘାତ
ବୀରହ ରୋଗର ବୋଧେ
ଏହା ହିଁ ଔଷଧ

×××××××××××××××××××××××××××××××

କେହି ଲଢୁଥିବ
ମାନବ ସଙ୍ଗତେ ଚାଲିଯାଇ ସୀମାପରେ
କଳିଙ୍ଗୀ ଲଢନ୍ତି ସଦା ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ

××××××××××××××××××××××××××××××

ଶିଶିର ସାହୁ ମନୋଜ
କନ୍ତିଓ ପୁଟସାହି, ଢେଙ୍କାନାଳ

कोई टिप्पणी नहीं:

एक टिप्पणी भेजें