गुरुवार, 2 अप्रैल 2020

■■■■ଖାଦ୍ୟ ଓ ଭିକ୍ଷା■■■■

ଭଗଵାନ ଆମ୍ଭକୁ ଦିନେ ସପନେଇ ଥିଲେ,
'ଆମ୍ଭକୁ ଆଦେଶ ହେଲା-

“ଯାଅ ଆମ୍ଭ ନାମରେ ଗଢା ହୋଇଥିବା ଆମୁକ ମନ୍ଦିର ଖୋଳି ପକା । ମନ୍ଦିର ନୁହେଁ ତ ସେଠି ସାକ୍ଷାତ ଭ୍ରଷ୍ଟାଚାର ତୋଳା ହେଇଚି"

ଆମ୍ଭେ କହିଲୁ, ପ୍ରଭୁ ଏ ଅକିଞ୍ଚନ ପାଖରେ ମାତ୍ର କଲମଟାଏ ଅଛି ଆଉ ତହିଁ ଦ୍ଵାରା ଶିଘ୍ର ଖୋଳାଖୋଳି ହେବା ସମ୍ଭବ ନୁହେଁ । ଯା’ ପାଖରେ ହାତ-ହତିଆର ଅଛି,ଆପଣ ତାଙ୍କେତିକି କାହିଁକି କହୁନାହାନ୍ତି’
ଏହା ଶୁଣି ଭଗଵାନ ବୋଇଲେ,
“ହେମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି,ତାଙ୍କ ଦିହରେ ବଳ କାହୁଁ ଆଇବ ଯେ ଖୋଳିପାରିବେ”
ତହୁଁ ଆମ୍ଭେ କହିଲୁ, “ପ୍ରଭୁ ! ଆପଣ ତାଙ୍କୁ ଖାଦ୍ୟ ଦେଇ ବଳୁଆ କାହିଁକି କରିଦେଉନାହାନ୍ତି ?”

ଭଗଵାନ ବୋଇଲେ, ଆମ୍ଭେ ତାଙ୍କୁ ଖାଦ୍ୟ ତ ଦେଇ ଦିଅନ୍ତୁ କିନ୍ତୁ ତାହା ତାଙ୍କର ଅଧିକାରର ନୁହେଁ, ତାହା ଭିକ ହୋଇଯିବ । ଭିକରେ ମିଳିଥିବା ଖାଦ୍ୟ ମନୁଷ୍ୟକୁ ଅଳସୁଆ କରିଦିଏ ଏବଂ ଅଳସୁଆ ଲୋକେ ଖୋଳିବା ତାଡି଼ବା ଦୂରେ ଥାଉ ଖଣ୍ଡେ ବାଟ ଚାଲିବାକୁ ସୁଦ୍ଧା ନାପସନ୍ଦ କରନ୍ତି” !

(ହିନ୍ଦୀ ଲେଖକ ‘शंकर पुणतांबेकर’ ଙ୍କ ଲଘୁକଥା ‛रोटी’ର ଓଡ଼ିଆ ଭାଵାନୁଵାଦ)

कोई टिप्पणी नहीं:

एक टिप्पणी भेजें