मंगलवार, 31 मार्च 2020

ମାନସମ୍ମାନ ପ୍ରତିଷ୍ଠା କ୍ଷଣକେ ଧୂଳିସାତ୍ ହୋଇଯାଇପାରେ ପୁଣି ଆର୍ତକିତ ଭାବରେ ମିଳି ବି ଯାଏ

ଜଣେ ସନ୍ୟାସୀ ଥିଲେ ଯେ ତାଙ୍କର ସମାଜରେ ବଡ଼ ପ୍ରତିଷ୍ଠା ହୋଇଯାଇଥିଲା । ସନ୍ୟାସୀଙ୍କ ଠାରୁ ଶିକ୍ଷା ଲାଭ କରି ବଡ଼ ବଡ଼ ପଣ୍ଡିତ ଓ ବଦାନ୍ୟ ଵ୍ୟକ୍ତି ହୋଇସାରିଥିବା ତାଙ୍କ ପୁରାତନ ଶିଷ୍ୟମାନଙ୍କ ଯୋଗୁଁ ସେ ଆହୁରି ଲୋକପ୍ରିୟ ହୋଇଯାଇଥିଲେ । ଥରେ ଶିଷ୍ୟମାନେ ଗୁରୁଙ୍କୁ ଏକ ପାରାୟଣସଭାକୁ ସାଦରେ ଆମନ୍ତ୍ରଣ କରିଆଣିଥାନ୍ତି  । ଯୋଜନା ଥାଏ ସଭାରେ ଗୁରୁଙ୍କୁ ନଗରର ଗଣମାନ୍ୟ ଵ୍ୟକ୍ତି ଵିଶେଷଙ୍କ ସମ୍ମୁଖରେ ସମ୍ମାନିତ କରାଯିବ । ସେ ସଭାରେ ସନ୍ୟାସୀଙ୍କୁ ଦେଖିବା ହେତୁରୁ ନଗରର ବଡ଼ ବଡ଼ ଲୋକଙ୍କ ଠାରୁ ଆରମ୍ଭ କରି ସାଧାରଣ ଦରିଦ୍ର ଜନତା ସୁଦ୍ଧା ଆସିଥାନ୍ତି । ସନ୍ୟାସୀଙ୍କର ଜଣେ ଶିଷ୍ୟ ସେହି ପାରାୟଣସଭାରେ ପ୍ରବଚନ ଦେଉଥାନ୍ତି ଏତିକି ବେଳେ ସନ୍ୟାସୀ ହଟାତ୍ ଅଧୋବାୟୁ ତ୍ୟାଗ କରିଦେଲେ । ସଙ୍ଗେ ସଙ୍ଗେ ସଭାରେ ଲୋକଙ୍କ ଧ୍ୟାନ ସନ୍ୟାସୀଙ୍କ ଆଡ଼କୁ ଚାଲିଗଲା । ଏତେ ବଡ଼ ଲୋକଙ୍କ ଠାରୁ ଲୋକେ ଵାତକର୍ମ ଭଳି ଅତି ସାଧାରଣ କଥା ଆଦୌ ଆଶା କରିନଥିଲେ । ସେହି କ୍ଷଣି ଲୋକଙ୍କ ମଧ୍ୟରେ ସନ୍ୟାସୀଙ୍କ ପ୍ରତି ଥିବା ଆଦର ଓ ସମ୍ମାନ ହ୍ରାସ ପାଇ ପାଇ ଗଲା । କେବଳ ସୌଜନ୍ୟତା ଦୃଷ୍ଟିରୁ କେହି କିଛି ନ କହି ନୀରବ ରହିଲେ । ସନ୍ୟାସୀଙ୍କୁ ସମ୍ମାନିତ କରି ବିଦାୟ ସମ୍ବର୍ଦ୍ଧନା ଦେବାର ସମୟ ଆସି ପହଞ୍ଚିଲା । ଆମ ଦେଶରେ ଅତିଥିଙ୍କ ସହିତ କିଛି ବାଟ ଚାଲି ଚାଲି ଯାଇ ତାଙ୍କୁ ବାଟେଇ ଦେଇ ଆସିବାର ନିଆରା ପରମ୍ପରା ରହିଛି । ମନ ନଥିଲେ ଵି ସଭାର ଅଧିକାଂଶ ଲୋକେ ସନ୍ୟାସୀଙ୍କୁ ବାଟେଇ ଦେବାକୁ ତାଙ୍କ ସହ କିଛି ବାଟ ଚାଲି ଚାଲି ଗଲେ । ବାଟରେ ଯାଉଥିବା ବେଳେ ପଥ ମଧ୍ୟରେ ଏକ ମୃତ ପକ୍ଷୀ ପଡି଼ରହିଥିବା ଦେଖିବାକୁ ମିଳିଲା । ସନ୍ୟାସୀ ତାକୁ ତଳୁ ଉଠେଇ ଆଣିଲେ । କିଛି ସମୟ ତାକୁ ଆଉଁସି ଆଉଁସି ତା କାନରେ ଟିକେ ଫୁଙ୍କି ଦେଲେ । ଯେମିତି ଫୁଙ୍କିଛନ୍ତି ସେ ପକ୍ଷୀ ବଞ୍ଚି ଉଠିଲା ।
ସନ୍ୟାସୀଙ୍କୁ ବାଟେଇ ଦେବାକୁ ଆସିଥିବା ଲୋକଙ୍କ ମନରେ ତାଙ୍କ ପ୍ରତି ପୁଣି ଶତ ଶତ ଗୁଣ ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ବଢି଼ଗଲା ।
କିଛି ଵି ଅସମ୍ଭଵ ନୁହେଁ .......
ଲୋକପ୍ରିୟତା ପ୍ରତିଷ୍ଠା ମାନସମ୍ମାନ ସବୁ କ୍ଷଣକେ ଧୂଳିସାତ୍ ହୋଇଯାଇପାରେ ପୁଣି ବେଳେ ବେଳେ ହାତୀ ସୁନାକଳସୀ ଢାଳିଲା ପରି ଅଜଣା ଅଶୁଣା ଲୋକେ ଵି ସମାଜରେ ହଟାତ୍ ପ୍ରଶିଦ୍ଧ ହୋଇଯାଇଥାନ୍ତି ।

कोई टिप्पणी नहीं:

एक टिप्पणी भेजें