ଗୁଟେ ଦେଶରେ ଗୁଟେ ଗୁଲାଟେ ଗୁଲୁଣିଟେ ଥିଲେ । ନିଇତି ଖିର ବିକୁଥିଲେ । କା’କୁ ଖିର ବିକିଲେ ଅଧେ ପାଣି ଅଧେ ଖିର ଦେବାର । ଗୁଟେ ଦିନ ହାଟ ହେବ । ଗୁଲାର ହାଟରେ ଖିର ବିକିବା ପଇସାଆକ ଛ’ଶ ଟଙ୍କା ହବ । ସିଟା ଧରିକି ଯାଉଥିବ । ଯାଉ ଯାଉ ରାତି ପାଇଯିବ । ରାତି ପାଇଲେ ସିୟେ ଗୁଟେ ଗଛମୂଳକୁ ଯାଇ ସିଠି ଛ’ଶ ଟଙ୍କା ରଖିକରି ବନ୍ଧଗାଟୁ ପାଖକୁ ଦାନ୍ତ ଘଷିବାକୁ ଆଇବ । ତା'ପରେ ଗାଧୋଇବାକୁ ଯିବ । ସିୟେ ଗାଧୋଇକି ଆସିଲା ଭିତରେ,ଗୁଟେ କୋତି ଆସିକି,ସେ ପଇସା ଧରିକି ଗଛ ଉପରକୁ ଭାରି ଗଲା । ତାଇଁରୁ ଗୁଟେ ଟଙ୍କାଟି କାଡି଼କିରି ଡୁବେଇ ଦେଖି,ଗୁଟେ ଢେପ ଉପରେ,ଗୁଟେ ପାଣିରେ ସିନ୍ତିକରି ସବୁ ଟଙ୍କାଆକ ପକେଇଦେଲା । ଢେପର ତିନିଶ ଟଙ୍କା ଧରି ସିଏ ଦୁକରେ ଘରକୁ ଆଇଲା । ଖିରର ପଇସା ଖିରରେ ପାଣିର ପଇସା ପାଣିରେ ହେଲା ।
(ଦକ୍ଷିଣ ଓଡ଼ିଆ ଶୈଳୀରେ କାହାଣୀଟିଏ
ଏହା “ଦକ୍ଷିଣ ଓଡ଼ିଶାର କଥିତ ଭାଷା”ପୁସ୍ତକରୁ ନିଆଯାଇଛି । )
-:ଶବ୍ଦାର୍ଥ:-
ଗୁଲା=ଛେଳୀ ମେଣ୍ଢା ଜଗିବା ଜାତି ଵିଶେଷ
କୋତି-ମାଙ୍କଡ(ତା:-କରଙ୍ଗୁ ଓଡ଼ିଆ=କୋଦା,କୁଦା,ଗୋଦା)
कोई टिप्पणी नहीं:
एक टिप्पणी भेजें