ଗୋଟାଏ ବଡ଼ ନଗରର ଛୋଟ ଗଳିବାଟଦେଇ
କାରଟେ ଯାଉଥିଲା । ସେ ଗାଡି଼ ଆଗକୁ ସ୍କୁଲରୁ ଲେଉଟୁଥିଵା ସାତ ଆଠ ଵର୍ଷର ଛୁଆଟେ ଭୁଲରେ ଆସିଯିଵାରୁ ଖଣ୍ଡିଆଖାବରା ହୋଇଗଲା । ଛୁଆର ମୁଣ୍ଡରୁ ଧାର ଧାର ରକ୍ତ ବୋହି ଯାଉଥାଏ । ପିଲାଟି କିଛି ସମୟ କାନ୍ଦି ଅଚେତ ହୋଇଗଲା ।
ଆଖପାଖର ଲୋକ ଘରିଗଲେ । ସବୁ ରାଗିଯାଇଥାନ୍ତି । ଏତେ ଛୋଟ ପିଲାର ଏଭଳି ଅଵସ୍ଥା ଦେଖିଲେ କିଏ ନ ରାଗିବ ଯେ....!
ଛୁଆର ମାଆ ବାପା ଵି ଆସିଗଲେଣି
ଏତିକି ଵେଳେ କେହି ଜଣେ
କହି ପକେଇଲା
“ଡ୍ରାଇଵରଟା କୁଆଡେ଼ ଗଲା ଵେ
ଧର ତାକୁ.....
ଆଉ ଜଣେ କହିଲା ମାର ମାର ...”
ଆମ ଦେଶର ଲୋକେ ବଡ଼ ଭାଵପ୍ରଵଣ ।
ଅନ୍ୟାୟ ଦେଖିଲେ ଆମ ଲୋକଙ୍କୁ ଆଉ
ସତ-ମିଛ,ଭଲ-ଭେଲ କିଛି ଦିଶେନି ।
ତେଣୁ ଏହା ନିଶ୍ଚିତ ଯେ
ଏବେ ଯଦି ଵାହନଚାଳକ ସେଠାରୁ ଖସି ପଳେଇଵାକୁ
ଉଦ୍ୟତ୍ତ ହୁଏ ତ ନିଶ୍ଚିତ କୁଟା ଖାଇଵ ହିଁ ଖାଇଵ ।
ସେ କ’ଣ ଭାଵିଲା କେଜାଣି,
ଆଗେଇ ଯାଇ
ରକ୍ତ ଜୁଡୁ଼ବୁଡୁ଼ ପିଲାଟିକୁ ଛାତିରେ ଲଗାଇ
ପିଠି ଆଉଁସି ଆଉଁସି କହିଲା-
“ବାପରେ ଧନରେ ....! ଓ ହୋ !
ଏ କ’ଣ ହେଇଗଲା ତୋର !!!!”
ଏଣେ ଲୋକଙ୍କ କ୍ରୋଧ କୁଆଡ଼େ ଉଭାନ ହୋଇଯାଇଥିଲା ।
ଛୁଆଟାର ମାଆ-ବାପା କହୁଥାନ୍ତି
“ସେ କେତେ ଭଲ ଲୋକ ଦେଖ !
ଆଉ କେ ହେଇଥିଲେ କେବେଠୁଁ
ପଳାନ୍ତାଣି ନା......”
कोई टिप्पणी नहीं:
एक टिप्पणी भेजें